Menu
Log in


ୟୁଥ ଫର ସେବା ପକ୍ଷରୁ ପକ୍ଷୀ ବଞ୍ଚାଅ ଅଭିଯାନ ଆରମ୍ଭ

29 Oct 2024 2:14 PM | Anonymous

ପରିବେଶ ପ୍ରଦୂଷଣ ତଥା ଗ୍ଲୋବାଲ ୱାର୍ମିଂ ଯୋଗୁଁ ସମଗ୍ର ବିଶ୍ବରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଅଦ୍ୟାବଧି ସମଗ୍ର ରାଜ୍ୟରେ ତାପମାତ୍ରା କେତେକ ସହରରେ ୪୨ ଡିଗ୍ରୀ ଅତିକ୍ରମ କରୁଥିବା ବେଳେ ପ୍ରବଳ ରୌଦ୍ରତାପ ତଥା ଜଳାଭାବ ଯୋଗୁଁ ମଣିଷଙ୍କ ସହ ପଶୁପକ୍ଷୀଙ୍କ ଜୀବନ ମଧ୍ୟ ଦୁର୍ବିସହ ହୋଇପଡିଛି । ଜଳାଭାବରୁ ଅନେକ ପକ୍ଷୀ ମୃତ୍ୟୁବରଣ କରୁଛନ୍ତି। ତେବେ ପ୍ରତିବର୍ଷ ବଢୁଥିବା ତାପମାତ୍ରା ଏବଂ ପକ୍ଷୀଙ୍କ ମୃତ୍ୟୁକୁ ହୃଦୟଙ୍ଗମ କରି ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ୟୁଥ ଫର ସେବା ଭୁବନେଶ୍ବର ପକ୍ଷରୁ ପକ୍ଷୀ ବଞ୍ଚାଅ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ୟୁଥ ଫର ସେବା ପକ୍ଷରୁ ୟୁନିଟ-୬ ଠାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ୩୦ ରୁ ଉର୍ଦ୍ଧ୍ଵ ଯୁବ ସାଥୀଙ୍କୁ ନେଇ ଘରେ ଘରେ ପକ୍ଷୀ ବଞ୍ଚାଅ ସଚେତନତା ଆରମ୍ଭ କରାଯାଇଛି ।

“ପ୍ରକୃତି ବଞ୍ଚିଲେ ଆମେ ବଞ୍ଚିବା”ର ନାରା ସହିତ ସହରର ଅନେକ ଘରେ ଅନୁଷ୍ଠାନ ପକ୍ଷରୁ ମାଟିପାତ୍ର ବନ୍ଧାଯିବା ସହ ସେଥିରେ ପ୍ରତିଦିନ ପାଣି ରଖିବା ପାଇଁ ଲୋକଙ୍କୁ ସଚେତନ କରାଯାଇଛି, ଯାହାଦ୍ୱାରା ପ୍ରକୃତିର ଏକ ଅନନ୍ୟ ସୃଷ୍ଟି ପକ୍ଷୀମାନେ ପିଇବାକୁ ଯଥେଷ୍ଟ ପାଣି ପାଇବା ସହ ସୂର୍ଯ୍ୟଙ୍କର ରୌଦ୍ର ତାଣ୍ଡବରୁ ରକ୍ଷା ପାଇପାରିବେ ଓ ମୃତ୍ୟୁମୁଖରୁ ବଞ୍ଚିପାରିବେ ବୋଲି ସେବା କର୍ମୀମାନେ ଆଶା ବ୍ୟକ୍ତ କରିଛନ୍ତି। ତେବେ ଆଜିର ଏହି ସଚେତନତା ଅଭିଯାନରେ ୟୁଥ ଫର ସେବା ଭୁବନେଶ୍ବର ଚାପ୍ଟର କୋର୍ଡିନେଟର ଜ୍ଞାନରଞ୍ଜନଙ୍କ ସହିତ ପପୁ ନାୟକ,ଲକ୍ଷ୍ମୀପ୍ରିୟା କର, ଅଭିଜିତ ସାମଲ, ତୃପ୍ତି ବେହେରା , ଆଶା, ସମୀର , ଦେବସ୍ମିତା ଏବଂ ଅନେକ କଲେଜ ପଢୁଆ ସାଥିମାନେ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରାଇଛନ୍ତି।


Author
Comment
 

Spread the Word


Get Involved  |  Our Impact  |  Programs  |  Chapters  |  About Us

Copyright© 2023-24. Youth For Seva. All Rights Reserved.

 Powered By   

Powered by Wild Apricot Membership Software