ବିନ୍ଦୁ ସାଗର ଠାରେ ଅନୁଷ୍ଠିତ ହୋଇଯାଇଛି “ସ୍ଵଚ୍ଛ ବିନ୍ଦୁ ସାଗର ଅଭିଯାନ”28 Nov 2023 2:08 PM

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅବସରରେ ୟୁଥ ଫର ସେବା ତରଫରୁ ବିନ୍ଦୁ ସାଗର ଠାରେ “ସ୍ଵଚ୍ଛ ବିନ୍ଦୁ ସାଗର ଅଭିଯାନ” ଅନୁଷ୍ଠିତ ହୋଇଯାଇଛି । ଲିଙ୍ଗରାଜ ମନ୍ଦିର ନିକଟସ୍ଥ ପ୍ରସିଦ୍ଧ ପୁଷ୍କରିଣୀ ବିନ୍ଦୁ ସାଗର ଠାରେ ପ୍ରତି ବର୍ଷ ବହୁ ସଂଖ୍ଯାରେ ଭକ୍ତ ମାନେ ଏକାଠି ହୋଇ ପୂଜାର୍ଚ୍ଚନା କରିବା ସହ ବୋଇତ ବନ୍ଦାଣ କରିଥାନ୍ତି। ମାତ୍ର ବର୍ତ୍ତମାନ ସମୟରେ କଦଳୀ ଗଛରୁ ପ୍ରସ୍ତୁତ ବୋଇତ ପରିବର୍ତ୍ତେ ବଜାରରେ ମିଳୁଥିବା ବୋଇତର ପ୍ରଚୁର ବ୍ୟବାହାର ହେଉଛି। ପ୍ଲାଷ୍ଟିକ, ସୋଲ ଏବଂ କୃତିମ ରଙ୍ଗରେ ପ୍ରସ୍ତୁତ ଏହି ବୋଇତ ଜଳାଶୟକୁ ନଷ୍ଟ କରିବା ସହ ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ପାଲଟୁଛି। ତେଣୁ ପରିବେଶକୁ ସୁରକ୍ଷିତ ରଖିବା ସହ ବିନ୍ଦୁ ସାଗର ଭଳି ଐତିହ୍ୟ ସମ୍ପନ୍ନ ପୁଷ୍କରିଣୀର ସୁରକ୍ଷା ପାଇଁ ଯୁବ ସ୍ଵେଚ୍ଛାସେବୀ ଅନୁଷ୍ଠାନ ୟୁଥ ଫର ସେବା ତରଫରୁ ପ୍ରତିବର୍ଷ ବିନ୍ଦୁ ସାଗରଠାରେ ସ୍ଵଚ୍ଛତା ଅନୁଷ୍ଠିତ ହେଉଛି।
ବିନ୍ଦୁ ସାଗରକୁ ସ୍ଵଚ୍ଛ ରଖିବା ନିମନ୍ତେ ଅନୁଷ୍ଠାନର ପାଖାପାଖି ୩୦ ଜଣ ସ୍ଵେଚ୍ଛାସେବୀ ସକାଳ ୭.୦୦ ଘଟିକା ସମୟରେ ଏକତ୍ରିତ ହୋଇ ବିନ୍ଦୁ ସାଗରରୁ ବୋଇତ ଅବଶେଷକୁ କାଢିଥିଲେ। ଯାହାଦ୍ଵାରା ବିନ୍ଦୁ ତୀର୍ଥ ପରିଷ୍କାର ହେବା ସହ ପାଖ ପରିବେଶ ମଧ୍ୟ ସୁସ୍ଥ ରହିବ ଏବଂ ସମାଜକୁ ସଚେତନତାର ବାର୍ତ୍ତା ଦେବ। ୟୁଥ ଫର ସେବା ଏହି କାର୍ଯ୍ୟକ୍ରମ ଗତ ୭ ବର୍ଷ ହେବ କରି ଆସୁଛି। ଆଜିର କାର୍ଯ୍ୟକ୍ରମକୁ ସୁବ୍ରତ କୁମାର ପଟ୍ଟନାୟକ ଏବଂ ଜ୍ଞାନ ରଞ୍ଜନ ମିଳିତ ଭାବରେ ସମ୍ପାଦନ କରିଥିଲେ।

Similar Posts

Leave a Reply

Your email address will not be published. Required fields are marked *